
ଭୁବନେଶ୍ୱର/ସମ୍ବଲପୁର– ଆଜି ପବିତ୍ର ମହାଳୟା । ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀ ଧବଳମୂଖୀ ବେଶରେ ଦର୍ଶନ ଦେଉଛନ୍ତି। ବର୍ଷର ଅନ୍ୟ ଦିନ ମାନଙ୍କରେ ମାଆ ସିନ୍ଦୁରବର୍ଣ୍ଣା ରୂପରେ ରହିଥାନ୍ତି। କିନ୍ତୁ ମହାଳୟା ଦିନ ମାଆଙ୍କୁ ଧବଳମୂଖୀ ବେଶରେ ସଜ୍ଜିତ କରାଯାଇଥାଏ। ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।