ଭୁବନେଶ୍ୱର– ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ଵାଧୀନତା ସଂଗ୍ରାମୀ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ବିଦେଶୀ ଶାସନ କବଳରୁ ଭାରତକୁ ମୁକ୍ତ କରିବା ପାଇଁ ଖୁବ କମ ବୟସରେ ସେ ଦେଶପାଇଁ ଜୀବନ ଉତ୍ସର୍ଗ କରିଥିଲେ। ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ତାଙ୍କର “ଜୟ ଯବାନ, ଜୟ କିଷାନ” ନାରା ସମଗ୍ର ଦେଶବାସୀଙ୍କ ମନୋବଳ ବଢ଼ାଇବାରେ ବିଶେଷ ସହାୟକ ହୋଇଥିଲା। ତାଙ୍କର କୁଶଳ ନେତ୍ବତ୍ବ, ଜନସେବା, ପରାକ୍ରମ ଏବଂ ଦୁରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ବ ଆମ ପାଇଁ ଏକ ପ୍ରେରଣାର ଉତ୍ସ।
Related Stories
November 21, 2024