ନୂଆଦିଲ୍ଲୀ– ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସ୍ୱଚ୍ଛତା ହିଁ ସେବା ଭାବନା ସହିତ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10 ବର୍ଷ ପୂର୍ବେ ଗାନ୍ଧୀଜୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ଆଜି ଏହା କେବଳ ଯୋଜନା ନୁହେଁ, ବରଂ କୋଟି ପୋଟି ଲୋକଙ୍କ ଭାଗିଦାରୀରେ ସଂକଳ୍ପ ଭାବେ ଏକ ଜନ ଆନ୍ଦୋଳନରେ ପରିବର୍ତ୍ତିତ ହୋଇଛି । ସ୍ୱଚ୍ଛତାର ଏହି ମହାଅଭିଯାନ ଜନଜନଙ୍କ ମନରେ ସ୍ୱଚ୍ଛତା ପ୍ରତି ବହ୍ନି ଜାଗ୍ରତ କରିବାର ଅଦ୍ଭୁତପୂର୍ବ କାମ କରିଛି । ସ୍ୱଚ୍ଛ ଭାରତ ଅଭିଯାନ, ଦେଶବାସୀଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ସହିତ ମହିଳାଙ୍କୁ ସମ୍ମାନପୂର୍ବକ ଜୀବନ ସୁନିଶ୍ଚିତ କରି ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଭାରତ କରିବାର ନିର୍ମାଣରେ ବି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଆସନ୍ତୁ ଆମେ ସମସ୍ତ ସ୍ୱଚ୍ଛତାକୁ ଆମ ଜୀବନର ଏକ ଅଭିନ୍ନ ଅହଶ ବନାଇବା ଏବଂ ପରସ୍ପରକୁ ଏଥିପାଇଁ ପ୍ରେରିତ କରିବା ।