ମୁମ୍ବାଇ– କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନଡିଏ ମେଂଟର ସମସ୍ତ ନେତାଙ୍କୁ ପରସ୍ପର ଭିତରେ ଥିବା ମତଭେଦ ଭୁଲି ଏକାଠି ହୋଇ ନିର୍ବାଚନ ଲଢିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅମିତ ଶାହଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ, ମହାରାଷ୍ଟ୍ରରେ ଆଗାମୀ ସରକାର ଏନଡିଏ ମେଂଟର ହିଁ ଗଠନ ହେବ । ମୁଖ୍ୟମନ୍ତ୍ରୀ ସିନ୍ଦେ ବୁଧବାର ଅମିତ ଶାହଙ୍କୁ ରାଜ୍ୟରେ ଖୁବ ଶୀଘ୍ର ଏନଡିଏ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଦାବି କରିଛନ୍ତି । ମଙ୍ଗଳବାର ଠାରୁ ଦୁଇଦିନିଆ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି ଅମିତ ଶାହ । ବୁଧବାର ଅମିତ ଶାହଙ୍କୁ ଭେଟିଥିବା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟର ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିଛନ୍ତି । ଶିବସେନା ପକ୍ଷରୁ ସଂଭାବିତ ସିଟ ତାଲିକା ଉପରେ ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କୁ ଏହାର ବଂଟନ ଜଲଦି କରାଯିବ ଜରୁରୀ ନହେଲେ ଲୋକସଭା ନିର୍ବାଚନ ପାଇଁ ବିଧାନସଭାରେ ବି କ୍ଷତି ହୋଇପାରେ ବୋଲି କହିଛନ୍ତି ।
Related Stories
November 21, 2024