ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ନାୟକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨୪୫ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୨୨ଗୋଟି ଗ୍ରହଣ କରାଯାଇଥିବା ବେଳେ ୨୩ ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି l ଦରଖାସ୍ତ ଗୁଡିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l
ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ରାମଗୋପାଳ ହୋତାଙ୍କୁ ଶିଶୁଙ୍କ ଶିକ୍ଷା ସହାୟତା ନିମନ୍ତେ ଟ. ୬୦୦୦ ହଜାର, ଶ୍ରୀଧର ନାଏକ ଙ୍କୁ ବିବାହ ପ୍ରୋତ୍ସାହନ ସହାୟତା ନିମନ୍ତେ ୫୦,୦୦୦ ହଜାର, ଓ ନରେନ୍ଦ୍ର ମେହେରଙ୍କୁ ଅନ୍ତିମ ସଂସ୍କାର ସହାୟତା ଓ ମୃତ୍ୟୁ କାଳୀନ ସହାୟତା ନିମନ୍ତେ ୫୦୦୦ ହଜାର ଓ ୨ଲକ୍ଷ ଟଙ୍କାର ଶ୍ରମିକ କଲ୍ୟାଣ ଆର୍ଥିକ ସହାୟତା ର ଡେମୋ ଚେକ୍ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ । ଏଥି ସହ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ହିତାଧିକାରୀଙ୍କୁ ଜିଲ୍ଲା ଶ୍ରମ ବିଭାଗ ତରଫରୁ ୧୧ ଜଣଙ୍କୁ ଝିଅ ବିବାହ ନିମନ୍ତେ ପ୍ରୋତ୍ସାହନ ସହାୟତା, ୨ ଜଣକୁ ମେଟରନିଟି ସହାୟତା, ୨୦ ଜଣଙ୍କୁ ଶିକ୍ଷା ନିମନ୍ତେ ସହାୟତା, ୩ ଜଣ ଙ୍କୁ ମୃତ୍ୟୁ କାଳୀନ ସହାୟତା, ଓ ୬ ଜଣଙ୍କୁ ଅନ୍ତିମ ସଂସ୍କାର ସହାୟତା ନିମନ୍ତେ ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଭାଗ ତରଫରୁ ସମୁଦାୟ ବିଭିନ୍ନ ୪୨ ଜଣଙ୍କୁ ମୋଟ ଟ.୧୩ ଲକ୍ଷ ୦୪ ହଜାର ୪୦୦ ଶହ ଟଙ୍କାର ସହାୟତା ଅର୍ଥ ରାଶି ସେମାନଙ୍କ ସଂଚୟ ଖାତା କୁ ଅନଲାଇନ ଯୋଗେ ପ୍ରଦାନ କରାଯାଇଛି।
ଅତିରିକ୍ତ ବିଡିଓ ଡୁଙ୍ଗୁରିପାଲି ଆନନ୍ଦ ଚନ୍ଦ୍ର ମିଶ୍ରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅହଲ୍ୟା ସାହୁ , ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର , ଉପଜିଲ୍ଲାପାଳ ସୋନପୁର ଶ୍ରୀମତୀ ସୌମ୍ୟାରୁପା ରଥ , ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟଧିକାରୀ ଡା. ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ , ଅଧିକ୍ଷଣ ଯନ୍ତ୍ରୀ ପି ଡବ୍ଲୁ ଡି ଇଂ ଦାମୋଦର କୈବର୍ତ୍ତ, ଆର ଡବ୍ଲୁ ଏସ ଏସ ଅଧିକ୍ଷଣ ଯନ୍ତ୍ରୀ ତପନ ପଧାନ, ଅବକାରୀ ଆରକ୍ଷୀ ଅଧିକ୍ଷକ ପ୍ରବୀର ସାମଲ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଳା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ, ତହସିଲଦାର ରାମପୁର, ଡେପୁଟି କଲେକ୍ଟର ଗ୍ରୀଭେନସ ଶୁଭଶ୍ରୀ ରଥ ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।