ତେଲଅଭିବ– ହିଜବୁଲ୍ଲା ମୁଖ୍ୟ ହସନ ନସରଲାର ଶେଷ ଓ ଲଗାତର ଆକାଶମାର୍ଗରେ ଆକ୍ରମଣ ପରେ ଇସ୍ରାଏଲ ସେନା ଲେବାନନରେ ପ୍ରବେଶ କରି ସ୍ଥଳଭାଗରେ ଆକ୍ରମଣ ଆରମ୍ଭ କରିଛି । ମଙ୍ଗଳବାର ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ସୈନିକମାନେ ଦକ୍ଷିଣ ଲେବାନନରେ ହିଜବୁଲାର ଆଡ୍ଡା ଓ ଭିତ୍ତିଭୂମି ଢାଂଚା ଉପରେ ସ୍ଥଳଭାଗରେ ଆକ୍ରମଣ ହୋଇଛି । ଏହି ସୀମାରୁ ଲାଗିଥିବା ହିଜବୁଲାର ସୁଡଙ୍ଗରେ ପ୍ରବେଶ କରି ତଲାସୀ ନିଆଯାଇଛି । ଇସ୍ରାଏଲ ସେନାର ରାଡାରରେ ଇସ୍ରାଏଲକୁ ଲେବାନନରୁ ଅଲଗ କରୁଥିବା ବ୍ଲୁ ଲାଇନ ନିକଟରେ ହିଜବୁଲା ସୁଡଙ୍ଗ ରହିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ କହିଛି ଯେ, ଦକ୍ଷିଣ ଲେବାନନରେ ହିଜବୁଲାର ଆତଙ୍କବାଦୀ ଠିକଣା ବିରୁଦ୍ଧରେ ସଠିକ ଗୁଇନ୍ଦା ସୂଚନା ମିଳିବା ପରେ କମିଟି ଓ ଟାରଗେଟେଡ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରାଯାଇଛି ।
Related Stories
November 21, 2024