ଜମ୍ମୁ– ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମଙ୍ଗଳବାର ସକାଳ 7ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା 6ଟା ଯାଏ ଚାଲିବ । ଏହି ପର୍ଯ୍ୟାୟରେ 415ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଜମ୍ମୁ ଓ କଶ୍ମୀରର 7ଟି ଜିଲ୍ଲାର 40 ବିଧାନସଭା ନିର୍ବାଚନ କ୍ଷେତ୍ରରେ ଏହି ମତଦାନ ଚାଲିଛି । ଏଥିରେ କୁପୱାଡା, ବାରମୂଳା ଓ ବାନ୍ଦିପୋରା ସାମିଲ ରହିଥିବା ବେଳେ ଜମ୍ମୁ, ଉଧମପୁର, କଠୁଆ ଓ ସାଂବା ସାମିଲ ହୋଇଛି । ଅକ୍ଟୋବର 8ଣେ ଏଠାରେ ଭୋଟ ଗଣତି ହେବ । ଉତର କଶ୍ମୀରର ବାରମୂଳା ବିଧାନସଭା କ୍ଷେତ୍ରରେ ସବୁଠୁ ଅଧିକ 25 ପ୍ରାର୍ଥୀ ମୈଦାନରେ ଥିବା ବେଳେ ଜମ୍ମୁର ଅଖନୁର ବିଧାନସଭା କ୍ଷେତ୍ରରୁ କେବଳ ତିନିଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି ।