ମାଲକାନଗିରି– ସ୍ଵଚ୍ଛତା ହିଁ ସେବା। ସବୁ ଗାଁ ଗାଁ ରେ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଦେଖିବାକୁ ମିଳୁଛି କିନ୍ତୁ ମାଥିଲି ପିଇଓ ଅଶୋକ ମହାରଣା ଏକ ଅଭିନବ ଉପାୟରେ ଏହି କାର୍ଯ୍ୟକ୍ରମଟିକୁ ଲୋକଙ୍କ ମନରେ ଏକ ଧାରଣା ସୃଷ୍ଟି କରାଇଛନ୍ତି । ପ୍ଲାଷ୍ଟିକ ବ୍ୟବହାରକୁ ଯେଭଳି ଲୋକେ ଦୂରେଇ ରହିବେ ସେନେଇ ସଚେତନ କରାଯାଉଛି।
ମାଥିଲି ପିଇଓ ଅଶୋକ ମହାରଣା ଏକ ଭିନ୍ନ ଉଦ୍ୟମ ଆପଣେଇ ଛନ୍ତି। ଏବଂ ପ୍ଲାଷ୍ଟିକରେ କିଭଳି ଅଭିନବ କଳାକୃତି ତିଆରି କରାଯାଇପାରିବ ତାହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ପିଇଓ ଶ୍ରୀ ମହାରଣା। ଏକ କୃତ୍ରିମ ହାତୀ ଆକୃତି ନିର୍ମାଣ କରି ଅଦରକାରୀ ପ୍ଲାଷ୍ଟିକକୁ ଫୋପାଡି ସେଠାରେ ଏକ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଛି। ଯାହାକି ମାଥିଲି ଅଞ୍ଚଳରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି। ବିଡ଼ିଓ ହିମାଞ୍ଚଳ ମାଝୀ, କାନାମ ରାଜୁ ନାୟକ, ସରପଞ୍ଚ, ମାଥିଲି ବ୍ଲକ ଏ ଇ ଇ ହୃଦାନନ୍ଦ ବାଗ, ବି ଆର ସି ଦିଲ୍ଲୀପ ଡାକୁଆ ସମେତ କୁନି କୁନି ପିଲା ଓ ସାଧାରଣ ଜନତା ଆସି ଏହି ପ୍ଲାଷ୍ଟିକ ଆବର୍ଜନାରେ ନିଜର ଅଦରକାରି ପ୍ଲାଷ୍ଟିକ ପକାଇ ସେଠାରେ ସେଲିଫି ର ମଜା ନେଉଛନ୍ତି। ଯାହା ପାଇଁ ମାଥିଲି ପିଇଓ ଅଶୋକ ମହାରଣା ବେଶ୍ ପ୍ରଶଂସା ସାଉଣ୍ଟୁ ଛନ୍ତି।