ବଲାଙ୍ଗିର– ଜନ ଆରୋଗ୍ୟ ସମିତି(ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର)ଆୟୁସ୍ମାନ ଆରୋଗ୍ୟ ମନ୍ଦିର, ଶାସ୍ତ୍ରୀ ନଗର ସଭ୍ୟ ଶଙ୍କର୍ଷଣ ମିଶ୍ର ଆଉ ଆମ ଗହଣରେ ନାହାନ୍ତି। ଆଜି ବଡ଼ି ଭୋର ସମୟରେ ସେ ତାଙ୍କ ନିଜ ବାସଭବନ ଶାସ୍ତ୍ରୀ ନଗର ଠାରେ ସତୁରି ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି l
ଶଙ୍କର୍ଷଣ ମିଶ୍ର ଜଣେ ଧର୍ମ ପାରାୟଣ ଓ ବଲାଙ୍ଗିର ଜିଲ୍ଲା ବକ୍ସିଉଡାର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଆଦର୍ଶ ପ୍ରଧାନ ଶିକ୍ଷକ ଥିଲେ l
ତାଙ୍କ ଶିକ୍ଷକ ଜୀବନରୁ ସେ ଅବ୍ୟାହତି ନେବା ପରେ ଶାସ୍ତ୍ରୀ ନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିଚାଳନା ପାଇଁ ଗଠିତ ରୋଗୀ କଲ୍ୟାଣ ସମିତି ସଭ୍ୟ ଆକାରେ ଦୀର୍ଘ ଆଠ ବର୍ଷ ଜଣେ ସକ୍ରିୟ ସ୍ୱାସ୍ଥ୍ୟଉପଦେଷ୍ଟା ଆକାରେ ସ୍ୱାସ୍ଥ୍ୟ ସଂଗଠନ ପାଇଁ ସହଯୋଗ କରି ଆସୁଥିଲେ।
ଶଙ୍କର୍ଷଣ ମିଶ୍ର ଜଣେ ମିଷ୍ଠଭାଷି ବ୍ୟକ୍ତିତ୍ୱ ଥିଲେ। ବଲାଙ୍ଗିର ସହରରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ଗହଣରେ ଭାଗବତ ପାରାୟଣ, ଭଜନ ସଙ୍ଗତି ପାଇଁ ସହରର ଅନେକ ବ୍ୟକ୍ତି ବିଶେଷ ତାଙ୍କୁ ଆଦରି ନେଉଥିଲେ। ଅତୀତ ସମୟରେ ପ୍ରଚଳିତ ଭାଗବତ ଟୁଙ୍ଗିକୁ ପୁନଃଉଦ୍ଧାର ପାଇଁ ତାଙ୍କ ଉଦ୍ୟମ ଖୁବ ପ୍ରଶଂସନୀୟ ଥିଲା। ତାଙ୍କ ପ୍ରଚେଷ୍ଟା କ୍ରମେ ଭିନ୍ନ ଭିନ୍ନ ଧାର୍ମିକ ଅନୁଷ୍ଠାନ ମାନ ଭାଗବତ ପ୍ରଚାର କମିଟି ତିଆରି କରି ଭାଗବତ ସଙ୍ଗତି ସ୍ଥାପନ କରିବା ପାଇଁ ଉଦ୍ୟମ କରି ଆସୁଥିଲେ। ତାଙ୍କ ଅନୁପସ୍ଥିତରେ ଆଜି ବଲାଙ୍ଗିର, ସମଗ୍ର ଶାସ୍ତ୍ରୀ ନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
ଶଙ୍କର୍ଷଣ ମିଶ୍ରଙ୍କ ମୃତ୍ୟୁ ସମୟରେ ତାଙ୍କ ପୁଅ ରାମ, ଲଖ୍ମଣ, ତାଙ୍କ ବହୁ, ନାତି, ନାତୁଣୀ ସଭିଏଁ ଉପସ୍ଥିତ ଥିଲେ l