
ବଲାଙ୍ଗିର– ଆଜି କଲେଜ ଚକ କଲ୍ୟାଣ ମଣ୍ଡପ ଠାରେ ଏକ ସଫେଇ କର୍ମଚାରୀ ମାନଙ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ସ୍ବାସ୍ଥ୍ୟ ଶିବିର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ତରଫରୁ କରାଯାଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ୧୦୦ ରୁ ଉର୍ଦ୍ଧ କର୍ମଚାରୀ ସ୍ବାସ୍ଥ୍ୟ ସେବା ପାଇଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ କନ୍ଧପାଲି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସମେତ ସମସ୍ତ କର୍ମଚାରୀ ମିଳିତ ଭାବେ ଯୋଗଦାନ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ସମସ୍ତଙ୍କୁ ସାବୁନ ଓ ମାସ୍କ ବଣ୍ଟା ଯାଇଥିଲା। ଜିଲ୍ଲା ସ୍ବାସ୍ଥ୍ୟ ମିଶନର କର୍ମଚାରୀ ଯୋଗଦେଇ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଅନୁଷ୍ଠିତ ହେବା ନେଇ ତଦାରଖ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିର ସୁନ୍ଦର ଭାବେ ପରିଚାଳିତ ହୋଇଥିଲା।