କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦେଶର ପ୍ରାକ୍ତନ ରାଷ୍ଟ୍ରପତି ତଥା ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଅବଦୁଲ କଲାମ ଙ୍କ ଜନ୍ମ ଦିବସ ଅବ୍ୟାହତ ପୂର୍ବରୁ ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଦ୍ୟାଳୟ ସ୍ତରୀୟ ବତ୍ରୁତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି |ଏହି କାଯ୍ୟକ୍ରମ ରେ ପୁରୀ ସଦର ଓ ପୌରାଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ରୁ ୧୨୦ ଜଣ ଛାତ୍ରୀଛାତ୍ରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କଲାମ ଙ୍କ ସର୍ବସ୍ରେଷ୍ଟ କୃତି କୁ ଚିତ୍ର ରେ ରୁପଦେଇଥିବା ବେଳେ କଲାମ ଭାରତର ଗର୍ବ ଓ ଗୌରବର ବକ୍ତୃତା ରେ ବାର୍ତା ଦେଇଥିଲେ ବକ୍ତୃତା କନିଷ୍ଠ ବିଭାଗରେ ମଦର୍ଶ ପବ୍ଲିକ ସ୍କୁଲ ର ଛାତ୍ରୀ ଶିବାଙ୍ଗୀ ମହାପାତ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ଦିବ୍ୟାଂଶୀ ମହାପାତ୍ର, ମଦର୍ଶ ପବ୍ଲିକ ସ୍କୁଲ ର ଛାତ୍ର ସଦ୍ୟ।ନ୍ତ ଶତପଥି ଯଥାକ୍ରମେ ୧ ମ, ୨ ୟ ଏବଂ ୩ ୟ ସ୍ଥାନ ଅଧିକାର କରିଥିଲେ |ସେହିପରି ବରିଷ୍ଠ ବିଭାଗରେ ଡି.ଏ.ଭି ପବ୍ଲିକ ସ୍କୁଲର ଛାତ୍ରୀ ସ୍ମୃତିରେଖା ସାହୁ ଏବଂ ସ୍ମୃତି ମିଶ୍ର ଯଥାକ୍ରମେ ୧ ମ,୨ ୟ ସ୍ଥାନ ଅଧିକାର କରିଥିବାବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅନୁଷ୍କା ମହାନ୍ତି ୩ ୟ ସ୍ଥାନ ଅଧିକାର କରିଛନ୍ତି |
ଚିତ୍ରାଙ୍କନ ବରିଷ୍ଠ ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଅନିଶା ପଟ୍ଟନାୟକ,ସେଣ୍ଟ ଜାଭିଅର ହାଇ ସ୍କୁଲ ର ଛାତ୍ରୀ ଶ୍ରେୟା ମହାନ୍ତି, ଡି.ଏ.ଭ ପବ୍ଲିକ ସ୍କୁଲର ଛାତ୍ର ପ୍ରୟାଗ ମିଶ୍ର ୧ ମ, ୨ ୟ,୩ ୟ ସ୍ଥାନ ଅଧିକାର କରିଥିବାବେଳେ କନିଷ୍ଠ ବିଭାଗରେ ଡି .ଏ.ଭ ପବ୍ଲିକ ସ୍କୁଲର ଛାତ୍ରୀ ଅରସିଖା ରଥ, ସ୍ଵୀକୃତି ମହାପାତ୍ର ୧ ମ, ୨ ୟ ସ୍ଥାନ ଅଧିକାର କରିଥିବାବେଳେ ପୁରୀ ଜିଲ୍ଲା ସ୍କୁଲ ର ଛାତ୍ରୀ ଶୁଭଶ୍ରୀ ଦାସ ୩ ୟ ସ୍ଥାନ ଅଧିକାର କରିଛନ୍ତି |
ଶିବସୁନ୍ଦର ମିଶ୍ର,ବିଜୟ ପଣ୍ଡା,ପ୍ରଦୀପ ରାୟ,କରୁଣାକର ଭୋଳ,ବକ୍ତୃତା ବିଭାଗରେ ବିଚାରକ ରୂପେ ଯୋଗ ଦେଇଥିବା ବେଳେ ଚିତ୍ରାଙ୍କନରେ ଚନ୍ଦ୍ର ମହାରଣା ,ଦୁର୍ଗାମାଧବ କର,ସତ୍ୟ ପାଢି ,ସସ୍ମିତା ମହାରଣା ବିଚାରକ ଭାବେ ଯୋଗ ଦେଇଥିଲେ |
ଶୁଭଲକ୍ଷ୍ମୀ ଦାସ ,ବନିତା ଦୀକ୍ଷିତ ,ଶୁଭଜିତ ପଣ୍ଡା ,ଅନ୍ନପୂର୍ଣ୍ଣା ରଥ,ଅମର ମହାନ୍ତି କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ସମସ୍ତ ପ୍ରତିଯୋଗୀଙ୍କୁ ଅକ୍ଟୋବର ୧୫ ବିଶ୍ୱବିଦ୍ୟାର୍ଥି ଦିବସରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଶିଶୁ ସମାଚ଼ାରର ସମ୍ପାଦକ ସୁକାନ୍ତ ପଣ୍ଡା ଘୋଷଣା କରିଛନ୍ତି |
Related Stories
November 22, 2024