ଗୌତମ ବୁଦ୍ଧ ନଗର-ଥାନା ସେକ୍ଟର -24 ଅଞ୍ଚଳର ସେକ୍ଟର -11ରେ ରବିବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ଟ୍ରାକ୍ଟର ଏକ କାରକୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଯାତ୍ରା କରୁଥିବା ଚାରିଜଣ ଯୁବକଙ୍କ ମୃତ୍ୟୁ ହୋଇଛି ।ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଡକ ଦୁର୍ଘଟଣା ସମ୍ପର୍କରେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁନିର୍ଦେଶ ଦେଇଛନ୍ତି। ସୂଚନାନୁସାରେ କାରରେ 5 ଜଣ ଯୁବକ ଦିଲ୍ଲୀରୁ ଖାଦ୍ୟ ଖାଇବା ପାଇଁ ନୋଏଡା ଆସିଥିଲେ। ରାତି ପ୍ରାୟ 2 ଟା ସମୟରେ ଫେରୁଥିଲେ। ସେହି ସମୟରେ ସେକ୍ଟର -11 ଏଚ ବ୍ଲାକ ରେଡ ଲାଇଟ ନିକଟରେ ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର କାରକୁ ଧକ୍କା ଦେଇଥିଲା। ଏହି ଘଟଣାରେ କାରରେ ଯାତ୍ରା କରୁଥିବା ତିନି ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା ।ଯେଉଁଠାରେ ଚିକିତ୍ସା ସମୟରେ ଜଣେ ଯୁବକର ମୃତ୍ୟୁ ହୋଇଛି।