ଭୁବନେଶ୍ୱର-ତେଜୁଛି ବିଜେଡିର ଅନ୍ତର୍କନ୍ଦଳ । ଭୁବନେଶ୍ୱରରେ ବିଜେଡି ସଦସ୍ୟଙ୍କ ମଧ୍ୟରେ କଳି ଥମିବାର ନାଁ ନେଉନାହିଁ । ସୋମବାର ପାର୍ଟିର 4 ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ବିଜେଡି ଜିଲ୍ଲା ଅଧ୍ୟକ୍ଷ ସୁଶାନ୍ତ ରାଉତ ନୋଟିସ ଜାରି କରି ଅମରେଶ ଜେନା, ବୀରଂଚି ମହାସୁପାକର, ବିବେକ ସ୍ୱାଇଁ ଓ ରାଜେଶ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହି ନେତାଙ୍କୁ 15 ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି ।
କାରଣ ଦର୍ଶାଅ ନୋଟିସ ଉପରେ ପ୍ରତିକ୍ରିୟା ରଖି ଅମରେଶ ଜେନା କହିଛନ୍ତି ଯେ, ଆମେ କେବେ ଦଳ ଭିତରେ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରିନାହୁଁ । ଆମେ ସବୁବେଳେ ସୁଧାରିବାକୁ ପ୍ରଚେଷ୍ଟା କରିଛୁ । ଆମଭାବେ କାରଣ ଦର୍ଶାଅ ନୋଟିସର ଜବାବ ଦେବୁ ।
ବିରଂଚି ମହାସୁପକାର ଏହି ନୋଟିସ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆମେ ପାର୍ଟିର କାରଣ ଦର୍ଶାଅ ନୋଟିସ ନିଷ୍ପତିକୁ ସମ୍ମାନ କରୁଛୁ । ତୃଣମୂଳର କାର୍ଯ୍ୟକର୍ତ୍ତା ହୁଅନ୍ତୁ କି ବରିଷ୍ଠ ନେତା ଦଳରେ ବାଧା ସୃଷ୍ଟି କରୁଥିବା କୌଣସି ବି ବ୍ୟକ୍ତି ବିରୁଦ୍ଧରେ ସମାନ କାର୍ଯ୍ୟାନୁଷ୍ଠାନ ନିଆଯିବ ଦରକାର । ଆମେ କେବେ ବି ପାର୍ଟିର ବିରୋଧ କରିନୁ ।
ଏଠାରେ ସୂଚନାଯୋଗ୍ୟ, ସୋମବାର ସକାଳେ ଅମରେଶ ଜେନା ଓ ବିରଂଚି ମହାସୁପକାରଙ୍କୁ ବିରୋଧ କରୁଥିବା ପ୍ରାୟ 25ରୁ 30ଜଣ ବିଜେପି କର୍ପୋରେଟର ବସରେ ବସି ପୁରୀ ଲୋକନାଥ ମନ୍ଦିର ଯାଇଥିଲେ । ଏଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେମାନେ କହିଥିଲେ ଯେ, ସେମାନେ ଲୋକନାଥଙ୍କ ଦର୍ଶନ କରିବାକୁ ଆସିଥିଲେ ଏବଂ ଭଗବାନ ସେମାନଙ୍କ ପ୍ରାର୍ଥନା ଶୁଣନ୍ତୁ । ଏପରିକି ସମସ୍ତେ ଏକଜୁଟ ରହିବା ପାଇଁ ନିୟମ କରିଥିଲେ ।