-
ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ସର୍ବାଧିକ ୪୧.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର– ଗତ ୨୪ ଘଂଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ସର୍ବାଧିକ ୪୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ୨୬.୯ ମି.ମି., ନୂଆପଡ଼ା ଜିଲ୍ଲାର ନୂଆପଡ଼ାରେ ୨୪.୪ ମି.ମି., ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ୧୧.୦ ମି.ମି., ନୟାଗଡ଼ ଜିଲ୍ଲାର ବରମୂଳରେ ୧୦.୨ ମି.ମି., କନ୍ଧମାଳ ଜିଲ୍ଲାର ଚକାପାଦରେ ୧୦.୨ ମି.ମି., ଟିକାବାଲିରେ ୮.୩ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୮.୦ ମି.ମି., ରାଜକନିକାରେ ୭.୦ ମି.ମି., ନୟାଗଡ଼ ଜିଲ୍ଲାର ଗଣିଆରେ ୫.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ପର୍ଜଙ୍ଗରେ ୪.୦ ମି.ମି., କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୩.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ରେ ୨.୬ ମି.ମି. ଏବଂ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ୨.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।