ଗଞ୍ଜାମ – ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ବଣ୍ୟ ବର୍ହା ପଶି ବିଭିନ୍ନ ପ୍ରକାର ଫସଲ ଖାଇ ନଷ୍ଟ କରୁଛନ୍ତି । କେବଳ ଫସଲ ନୁହେଁ ଅମଳ ହେବାକୁ ଥିବା ଧାନଖଳାରେ ପଶି ବାର୍ହା ପଲ ପଶି ଏକର ଏକର ଧାନ ଖାଇ ଯାଉଥିବା ଜଣାପଡ଼ିଛି । ବେଗୁନିଆ ପଡ଼ା ଦେଉଳିଆ ପଡ଼ା ବିଜୟ ମହାନ୍ତିଙ୍କ ଅମଳହୋଇ ରହିଥିବା ଦେଢ଼ଏକର ଜମିର ଧାନରୁ ପ୍ରାୟ ଏକ ଏକର ଜମିର ଅମଳ ଧାନ ଖାଇ ଯାଇଥିବା ଜଣାପଡ଼ିଛି । ଅନ୍ୟ ବଣ୍ୟପ୍ରାଣୀ ଫସଲ କ୍ଷତି କଲେ ଚାଷୀ କ୍ଷତିପୂରଣ ପାଇବା ବ୍ୟବସ୍ଥା ଥିବାବେଳେ ବାର୍ହା ଫସଲ କ୍ଷତିକଲେ ସରକାରୀ ସହାୟତା ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।
Related Stories
November 23, 2024