ଗଞାମ– ଶେରଗଡ ବ୍ଲକ ପିତ୍ତଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପାଣି ଟାଙ୍କି ଫାଟିଯାଇଛି। ପିତ୍ତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଆୟୁଷ ଡାକ୍ତରଖାନା ଓ ଟୀକାକରଣ କେନ୍ଦ୍ର ପାଇଁ ସଂଯୋଗ ହୋଇଥିବା ଏକମାତ୍ର ପାଣିଟାଙ୍କି ଫାଟି ଯାଇଥିବାରୁ ସେଥିରେ ଆଦୌ ପାଣି ରହୁନାହିଁ । ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ଓ ଡାକ୍ତର ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏତଦ ବ୍ୟତୀତ ପାଣି ବିନା ଟୀକାକରଣ କାର୍ଯ୍ୟ ମଧ୍ୟ ବ୍ଯାଘାତ ହେଉଛି । ଶେରଗଡ ବିଡିଓ ଏହି ହସପିଟାଲ ପରିଦର୍ଶନରେ ଆସି ନୂତନ ଟାଙ୍କି ସଂଯୋଗ ପାଇଁ ବିଭାଗୀୟ ଜେଇଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ଦୀର୍ଘ ଦିନ ହେଲା ନୂତନ ଟାଙ୍କି ସଂଯୋଗ ହୋଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।