
ଭୁବନେଶ୍ୱର– ଭଦ୍ରକରେ ଆଜି ବସିପାରେ ଶାନ୍ତି କମିଟି ବୈଠକ। ସହରରେ ଶାନ୍ତି ଫେରେଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଶାନ୍ତି କମିଟିର ଆୟୋଜନ କରାଯାଉଥିବା ସୂଚନା ମିଳିଛି। ଅନ୍ୟପଟେ ଗତକାଲି ପୋଲିସକୁ ଆକ୍ରମଣ କରିଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀରୁ ୯ ଜଣଙ୍କୁ ପୁରୁଣା ବଜାର ଥାନାରେ ଅଟକ ରଖି ପଚରାଉଚୁରା କରୁଛି ଭଦ୍ରକ ପୋଲିସ। ଭଦ୍ରକ ସହର ସମେତ ପୁରା ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ସହରରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପରିସ୍ଥିତିକୁ ଆଖି ଆଗରେ ରଖି ଫୋର୍ସ ବଢେଇବା ପାଇଁ ସ୍ଵତନ୍ତ୍ର ପ୍ରସ୍ତୁତ ପୋଲିସ ପକ୍ଷରୁ ଯୋଜନା କରାଯାଉଛି।