କାଠମାଣ୍ଡୁ– ନେପାଳ-ଭାରତ ସୀମାନ୍ତରେ ଥିବା କୋଶୀ ବ୍ୟାରେଜରୁ କୋଶୀ ନଦୀ ଭିତରକୁ ଏକ ଯାତ୍ରୀବାହୀ ବସ ଖସିପଡିଛି । ତେବେ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ ବସଟି ନଦୀରେ ବାଲି ଜମି ରହିଥିବା ଭାଗରେ ଖସିବା କାରଣରୁ କୌଣସି ଜୀବନହାନି ଘଟିନାହିଁ ।
ବରିଷ୍ଠ ପୋଲିସ ଅଧିକାରୀଙ୍କ ମୁତାବକ ବ୍ୟାରେଜର ଗେଟ୍ ନମ୍ବର 35ର ଦକ୍ଷିଣ ପଟୁ କାନ୍ଥ ଭାଙ୍ଗି ବସଟି ନଦୀ ଭିତରକୁ ଖସିପଡିଥିଲା । ତେବେ ବସର ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ବସରେ ଡ୍ରାଇଭର, ସହ-ଚାଳକ ସମେତ 20ଜଣ ଯାତ୍ରୀ ଥିଲେ ।