ଭୁବନେଶ୍ୱର – ଶ୍ରୀମଦ୍ ବାବା ଶ୍ରୀ ଶ୍ରୀ ୧୦୮ ଶ୍ରୀ ବୈକୁଣ୍ଠନାଥଙ୍କର ୧୦୮ତମ ଶୁଭ ଜନ୍ମ ମହୋତ୍ସବ ଆସନ୍ତା ୨୦ ତାରିଖରେ ଏକାମ୍ର ସତ୍ୟସେବାଶ୍ରମରେ ଅନୁÂିତ ହେବ । ଏହାସହ ବାବାଙ୍କ ପ୍ରତିÂିତ ଶ୍ରୀ ଶ୍ରୀ ରାଧାମୋହନ ଜୀଉଙ୍କ ଚତୁଃତ୍ରିଂଶତିତମ ପ୍ରତିÂା ମହୋତ୍ସବ ଓ ପୂଜ୍ୟପାଦ ଗୁରୁଦେବଙ୍କ ପଂଚଦଶତମ ଶ୍ରୀ ବିଗ୍ରହ ପ୍ରତିÂା ମହୋତ୍ସବ ଆସନ୍ତା ୩୦ ତାରିଖରେ ଅନୁÂିତ ହେବ ବୋଲି ଏକାମ୍ର ସତ୍ୟସେବାଶ୍ରମ ପରିଚାଳନା କମିଟିର ସଭାପତି ବାବାଜି ବାଳକାନନ୍ଦ ଦାସ ସୂଚନା ଦେଇଛନ୍ତି ।
୨୦ ତାରିଖ ବାବାଙ୍କ ଜନ୍ମ ମହୋତ୍ସବରେ ପ୍ରାର୍ଥନା , ନଗର କୀର୍ତନ , ରାମଚରିତ ମାନସ ପାଠ , ବୈକୁଣ୍ଠ ଭଜନ , ସଂକୀର୍ତନ ଆଦି ଅନୁÂିତ ହେବ । ସେହିପରି ୩୦ ତାରିଖ ବିଗ୍ରହ ପ୍ରତିÂା ମହୋତ୍ସବରେ ନଗର କୀର୍ତନ , ଶ୍ରୀରାମଚରିତ ମାନସ ପାଠ, ବିଶ୍ୱଶାନ୍ତି ଯଜ୍ଞ, ଆରତି , କୀର୍ତନ ଆଧ୍ୟାତ୍ମ ଆଲୋଚନା ସଭା ଆଦି ଅନୁÂିତ ହେବ । ଏହାସହ ମାଘ ସଂଖ୍ୟା ଜଳୌକା ବାଣୀ ଉନ୍ମୋଚନ କରାଯିବା ସହ ଭଜନ ସମାରୋହ ଅନୁÂିତ ହେବ । ଏହା ପୂର୍ବରୁ ୨୫ ତାରିଖରେ ଭଜନ ପ୍ରତିଯୋଗିତା , ୨୬ରେ ଶ୍ରୀମଦ୍ ଭଗବତ୍ ଗୀତାବୃତି ପ୍ରତିଯୋଗିତା , ବାକ୍ ପ୍ର୍ର୍ରତିଯୋଗିତା , ୨୯ ତାରିଖରେ ଶିଷ୍ୟମାନଙ୍କ ସାଧନା ଶିବିର , ବୁଦ୍ଧବିହାର ଠାରେ ବାବା ବୈକୁଣ୍ଠନାଥଙ୍କ ସାହିତ୍ୟ ଓ ଦର୍ଶନ ସମ୍ପର୍କିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର , ଆଶ୍ରମର ବାର୍ଷିକ ସ୍ମରଣିକା ଏକାମ୍ରେ ବୈକୁଣ୍ଠ ଉନ୍ମୋଚନ ହେବ ।