
ଭୁବନେଶ୍ୱର– ଭୁବନେଶ୍ୱରରେ ପୋଷଣ ମା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । “ହର ଘର ପୋଷଣ ତୟାର” ଥିମ ନେଇ ଓଡ଼ିଶା ସରକାରଙ୍କ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଦ୍ୱାରା “ପୋଷଣ ମା” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରତିବର୍ଷ ସେପ୍ଟେମ୍ବର 1 ରୁ 30 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେଣୁ ଏ ବର୍ଷ ମଧ୍ୟ ପାଳନ କରାଯାଇଛି। ଶିଶୁ, ଗର୍ଭବତୀ ମହିଳା, କିଶୋରୀ ମହିଳାମାନେ କିପରି ପୋଷଣ ଯୁକ୍ତ ଖାଦ୍ୟ ପାଇପାରିବେ ସେ ବିଷୟରେ ସଚେତନତା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ ରହିଛି ବୋଲି ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର କମିଶନର ମନ୍ଦାକିନୀ କର କହିଛନ୍ତି ।