
ଭୁବନେଶ୍ୱର– ଇଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସମାଜ ସଂସ୍କାରକ ଇଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସମାଜରେ ପ୍ରାଥମିକ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ଵ ଦେବା, ଅସ୍ପୃଶ୍ୟତା ବିରୋଧରେ ସ୍ଵର ଉତ୍ତୋଳନ କରିବା ସହ ସାମାଜିକ ସଂସ୍କାର ଆଣିବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ।