କଟକ – ଓଡ଼ିଶା ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ତରଫରୁ କର୍ତବ୍ୟବୋଧ ଦିବସ ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟାରେ କଲେଜ ଛକସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଏକ ସମାବେଶର ଆୟୋଜନ କରାଯାଇଥିଲା । ଡକ୍ଟର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ଦେବୀ ପ୍ରସନ୍ନ ଦାସ ମୁଖ୍ୟ ଅତିଥି ଓ ପ୍ରଫେସର ଦିନେଶ ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଡକ୍ଟର ଶଚୀନ୍ଦ୍ର ରାଉଳ, କୃଷ୍ଣଚନ୍ଦ୍ର ପଣ୍ଡା, ଡକ୍ଟର ଶରତ ଚନ୍ଦ୍ର ମହାପାତ୍ର, ଡକ୍ଟର ସଂକର୍ଷଣ ମିଶ୍ର, ଡକ୍ଟର ବିଚିତ୍ରାନନ୍ଦ ବଳ, ଅକ୍ଷୟ କୁମାର ଦାଶ ଉଦବୋଧନ ଦେଇ ଶିକ୍ଷକମାନଙ୍କୁ ସେମାନଙ୍କ କର୍ତବ୍ୟ ସମ୍ପର୍କରେ ସଚେତନ କରାଇଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ ଆଜିର ସମାଜରେ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ଘଟୁଥିବାରୁ କ୍ଷୋଭ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶିକ୍ଷକମାନେ ସୁଚାରୁରୂପେ ସେମାନଙ୍କର କର୍ତବ୍ୟ ସମ୍ପାଦନ କଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ । ଡକ୍ଟର ବିଚିତ୍ରାନନ୍ଦ ବଳ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 23, 2024