ପୁରୀ– ଲଗାଣ ବର୍ଷା ଫଳରେ ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ପାଖାପାଖି ଆଣ୍ଠୁଏ ଉଚ୍ଚତାରେ ପାଣି ଜମି ରହିଛି । ଯେଉଁ ରାସ୍ତା ଦେଇ ପର୍ଯ୍ୟଟକ ମାନେ ସୂର୍ଯ୍ୟମନ୍ଦିରକୁ ପ୍ରବେଶ କରିଥାନ୍ତି ଏବଂ ପାର୍ଶ୍ଵ ରାସ୍ତା ଦେଇ ମନ୍ଦିର ବେଢା ପରିକ୍ରମା କରିଥାନ୍ତି ସେହି ରାସ୍ତାରେ ପାଖାପାଖି ଆଣ୍ଠୁଏ ଉଚ୍ଚତାରେ ପାଣି ଜମି ରହିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ । ପାଣିରେ ପଶି ପର୍ଯ୍ୟଟକ ମାନେ ସୂର୍ଯ୍ୟମନ୍ଦିର ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ପମ୍ପ ସେଟ୍ ଲଗାଇ ମନ୍ଦିର ପରିସରରୁ ଜଳ ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି । ତେବେ କୋଣାର୍କ ସୂର୍ଯ୍ୟମନ୍ଦିରରେ ପାଣି ଜମି ରହିବା କିଛି ନୂଆ କଥା ନୁହେଁ । ଅସରାଏ ବର୍ଷାରେ ଏଠାରେ ପାଣି ଜମି ରହୁଥିବାର ପୂର୍ବରୁ ମଧ୍ୟ ନଜିର ରହିଛି ।
Related Stories
November 21, 2024
November 21, 2024