ଜୟପୁର– ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ଚଳିତ ମାସ ୨୧ ତାରିଖରେ ସଂଘ ପକ୍ଷରୁ ସମସ୍ତ ମେଡିକାଲରେ ଗଣ ଧାରଣା ଦିଆଯାଇଥିଲା । ହେଲେ ତାହାର ସୁଫଳ ନମିଳିବାରୁ ଗୁରୁବାର ଜୟପୁର ସ୍ଥିତି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।
ପୂର୍ବରୁ ପ୍ରଦାନ କରାଯାଇଥିବା ୧୦ ଦଫା ଦାବିପତ୍ର ଗୁଡିକ ମଧ୍ୟରେ, ୧୨ ନଭେମ୍ବର ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ଛଅ ବର୍ଷ ଚୁକ୍ତିଭିତ୍ତିିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ଦିଆଯାଉ, ଯୋଗ୍ୟ ନର୍ସିଂ ଅଫିସରମାନଙ୍କୁ ବରିଷ୍ଠତା ଭିତିରେ ସିନିୟର ନର୍ସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି ଦିଆଯାଉ, ସହକାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ସ୍ଥିରୀକୃତ ଅବଧିକୁ କମ୍ କରି ୧୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସରମାନଙ୍କର ଏକ ସମୟରେ ଦୁଇଟା ପଦୋନ୍ନତି ଦିଆଯାଉ, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ସରକାରୀ ନର୍ସିଂଅଫିସରମାନଙ୍କୁ ସିଏଚ୍ଓ ପଦବୀରୁ ଫେରାଇ ଆଣି କ୍ୟାଡର ପୋଷ୍ଟରେ ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡିକରେ ନର୍ସିଂ ସେବାଯୋଗାଇ ଦେବା ନିମନ୍ତେ ୍ ପଦକ୍ଷେପ ନିଆଯାଉ ଏବଂ ଅନ୍ୟ ରାଜ୍ୟ ଗୁଡିକରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏନ୍ଏଚ୍ଏମ୍ ଅଧିନରେ ଆୟୁଷ୍ଠାନ ଆରୋଗ୍ୟ କେନ୍ଦ୍ରରେନୂତନ ସିଏଚ୍ଓମାନଙ୍କୁ ନିଯୁକ୍ତି ଦିଆଯାଉ ।ଏମ୍ଏଚ୍ୟୁ/ଆର୍ବିଏସ୍କେ ଅଧୀନରେ ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ନର୍ସିଂ ଅଫିସରମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିୟମିତ କରାଯାଉ ବୋଲି ଦାବି କରାଯାଇଥିବା ବେଳେ ନିୟମିତ ହୋଇନଥିବା ଅବଶିଷ୍ଟ ନର୍ସିଂଅଫିସରମାନଙ୍କୁ ତୁରନ୍ତ ନିୟମିତକରାଯାଉ, ନର୍ସି ଅଫିସରମାନଙ୍କର ଡ୍ରେସ କୋଡ ପରିବତ୍ତନ କରାଯିବା ସହିତ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ୍ କୋଡର ପରିବର୍ତ୍ତନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା । ଏହି ଦାବିଗୁଡିକୁ ପୂରଣ ନ ହେବାରୁ ଆଜି ନର୍ସିଂ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ସଂଘର ସଭାପତି ପ୍ରେମତଲା ମହାରଣା, ସରୁପ ନାୟକ, କବିତା ବୌରାଗି, କଳ୍ପନା ସେଠି, ରଶ୍ମି ରାଣି ସେନାପତିଙ୍କ ନେତୃତ୍ୱରେ ଆନ୍ଦୋଳନ ଜାରି ରହିଛି ।