ଭୁବନେଶ୍ୱର– କଟକର ଅଡଶପୁର-ନିଆଳି ରାସ୍ତା ଉପରେ ଅମନକୁଡା ଛକ ନିକଟରେ ମଙ୍ଗଳବାର ଭୋର ସମୟରେ 30 ଟନ ଡାଲି ବୋଝେଇ ଟ୍ରକରେ ନିଆଁ ଲାଗିଛି ।
ସୂଚନାମୁତାବକ, ରାୟପୁରରୁ କୋଣାର୍କ ଯାଉଥିବାଟ୍ରକରେ ଭୋର 4ଟା ବେଳେ କଟକର ଅମଣାକୁଦ ନିକଟରେ ନିଆଁ ଲାଗିଯାଇଥିଲା । ଏହାପରେ ଡ୍ରାଇଭର କୌଣସି ମତେ ଏଥିରୁ ସୁରକ୍ଷିତ ବାହାରି ଆସିଥିବା ବେଳେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ। ମାତ୍ର ସେତେବେଳକୁ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା ଏବଂ ଡାଲି ଭସ୍ମୀଭୂତ ହୋଇଯାଇଥିଲା । ଦୀର୍ଘ ସମୟରେ ପରେ ଅଗ୍ନିଶମ ବାହିନୀ ଏହାକୁ ଆୟତ କରିଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ତେବେ ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।