ଭୁବନେଶ୍ୱର– କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀମାନେ ଧାରଣା ଦେଇଛନ୍ତି । କାମ ବନ୍ଦ ଆନ୍ଦୋଳନ କରୁଛନ୍ତି ସଫେଇ କର୍ମଚାରୀ । 300ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି । ମାସକୁ 4ଟି ଛୁଟି ସହ ପୂଜା ବୋନସ ଦାବିରେ କାମ ବନ୍ଦ ଆନ୍ଦୋଳନ କରୁଛନ୍ତି ସଫେଇ କର୍ମଚାରୀ ।
ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଧାରଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ । ବିନା ଅନୁମତିରେ ସଫେଇ କର୍ମଚାରୀ ଧାରଣାରେ ବସିଛନ୍ତି । ଦରମା ବୃଦ୍ଧି ଓ ବନୋସ ନେଇ କୁଇସ ମ୍ୟାନେଜମେଣ୍ଟ ବୁଝିବା ସହିତ କଥା ହେବା ଉଚିତ । ଧାରଣା ନେଇ ମ୍ୟାନେଜମେଣ୍ଟଙ୍କୁ ଚିଠି ଲେଖି ଜଣାଇଛୁ । ସଫେଇ କର୍ମଚାରୀ କମ୍ପାନୀ ଓ ସଫେଇ କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ନେଇ କ୍ୟାପିଟାଲ ଥାନା ଅଧିକାରୀ ଡ଼ାକିଛନ୍ତି । ହସ୍ପିଟାଲ ସଫେଇ ନ ହେବା ଓ ବିନା ଅନୁମତିରେ ଧାରଣାରେ ବସିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ହୋଇଛି । ଏହାସହ ବିଏମସି, ଜିଲ୍ଲାପାଳ , ଏନଏଚଏମଙ୍କୁ ଚିଠି ଲେଖି ଅବଗତ କରାଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷକ ସୂଚନା ଦେଇଛନ୍ତି ।