ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତର ସରପଞ୍ଚ କୃଷ୍ଣ ଚନ୍ଦ୍ର ଶୁଆଁସିଆଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ନଅ ଜଣ ୱାର୍ଡ ମେମ୍ବର ଆଣିଲେ ଅନାସ୍ଥା ପ୍ରସ୍ତାବ ଅଭିଯୋଗ।
ମୋଟ ତେର ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ନଅ ଜଣ ୱାର୍ଡ ମେମ୍ବର ଏକତ୍ରିତ ହୋଇ ସରପଞ୍ଚଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ୱାର୍ଡ଼ ସଭ୍ୟ ସଭ୍ୟାଙ୍କ ମତାମତ ନନେଇ ପଞ୍ଚାୟତର କାର୍ଯ୍ୟ କରୁଥିବା, ମାସିକ ବୈଠକ ନ ଡାକିବା ଓ ଜନବିରୋଧୀ କାର୍ଯ୍ୟ କରୁଥିବା ବିଷୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ସେମାନେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ମିଶି ସାମୂହିକ ଭାବେ ଏକ ଅଭିଯୋଗପତ୍ର ମଧ୍ୟ ପ୍ରଦାନ କରିଛନ୍ତି।