ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଥିବା ୮୪ ଜଣ ଗ୍ରାମ ରୋଜଗାର ସେବକଙ୍କ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ନିୟମାନୁସାରେ ଉକ୍ତ ୮୪ ଜଣ ଗ୍ରାମ ରୋଜଗାର ସେବକ ଙ୍କୁ ବର୍ତ୍ତମାନ ପଦୋନ୍ନତି ପରେ ସେମାନଙ୍କୁ “ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ” ଭାବରେ ଦାୟିତ୍ଵ ମିଳିଛି। ଆଜି ଏହି ଅବସରରେ ମାଲକାନଗିରି ଜିଲ୍ଲା ସଦରମହକୁମା ହୋଟେଲ ସ୍ବାଗତ ଠାରେ ସମସ୍ତଙ୍କ ଉପସ୍ଥିତିରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ “ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ” କର୍ମକର୍ତ୍ତା ଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଯେଉଁଥିରେ ଜିଲ୍ଲା ସଭାପତି ଭାବରେ ସୁଶିଲ କୁମାର ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ଭାବରେ ତାପସ ସରଦାର, କୋଷାଧକ୍ଷ ବିଶ୍ବଜିତ ସରକାର, ଉପସଭାପତି କ୍ରିଷ୍ଣା ବାଗଚୀ, କାର୍ଯ୍ୟକାରିଣୀ ସଭାପତି ଏନ୍.ମୋହନ, ପରାମର୍ଶ ଦାତା ଭାବେ ରଘୁନାଥ ଗୈାଡ଼ ଏବଂ ଗୈାରଚାନ୍ଦ ବିଶ୍ଵାସଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ସଂଘର ଗଠନ ହୋଇଥିବା ନୂତନ କମିଟିର ବିଭିନ୍ନ ପଦ ପଦବୀ ଦାୟିତ୍ଵ ରେ ବିପୁଳ ପାଲ,କାଲାଚାନ୍ଦ ମଣ୍ଡଳ, ଶଙ୍କର କର୍ମକାର, ଦେବେନ୍ଦ୍ର ଖେମୁଡ଼ୁ, ଡମ୍ବରୁଧର ପୂଜାରୀ, ବସନ୍ତ ମଣ୍ଡଳ ଓ ରାଜେଶ ଦାସ୍ ଙ୍କୁ ଦାଇତ୍ୱ ଦିଆଯାଇଛି!ଏହି ବୈଠକରେ ସମସ୍ତ ପଦୋନ୍ନତି ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।
Related Stories
September 23, 2024
September 23, 2024
September 23, 2024