ରାଉରକେଲା– ରାସ୍ତାରୁ ଉଠାଇନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଅନ୍ୟଜଣେ ନାବାଳିକାଙ୍କୁ ଅସାଦାଚାରଣ ମାମଲାରେ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ରାଉରକେଲାର ପ୍ଲାଂଟ ସାଇଟ୍ ଥାନା ପୋଲିସ । ଘଟଣାରେ ତିନି ଜଣଙ୍କ ସମ୍ପୃକ୍ତି ରହିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ଅଭିଯୋଗ ଅନୁଯାୟୀ, ୨୧ ତାରିଖ ସଂନ୍ଧ୍ୟା ୫ଟାରେ ଦୁଇ ନାବାଳିକା ତାଙ୍କ ଘରୁ ବିଶ୍ରା ଛକ ଅଂଚଳକୁ ମାର୍କେଟିଂ ପାଇଁ ଆସିଥିଲେ । ବିଶ୍ରା ଛକରେ ୨ରୁ ୩ ଜଣ ଦୁର୍ବୃତ ଦୁହିଁଙ୍କୁ ଭୟ ଦେଖାଇ ଜୋରଜବରଦସ୍ତ ଏକ ଅଟୋ ଯୋଗେ ପ୍ରଥମେ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଏହି ୮ ବର୍ଷିୟା ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ଏବଂ ୧୨ ବର୍ଷିୟା ନାବାଳିକା ଜଣଙ୍କୁ ଅସାଦାଚାରଣ କରିଥିଲେ । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ପ୍ଲାଂଟ ସାଇଟ୍ ଥାନାରେ ଏତଲା କରାଯାଇଥିଲା । ଏତଲାକୁ ଭିତି କରି ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ କରୁଛି ।
ଡିଏସପି, ରାଉରକେଲା ଜୋନ୍ -୨, ନିର୍ମଳ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଡିଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ପୋଲିସ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୨ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା ଚାଲିଛି । ତେବେ ଆଉ ଯେଉଁମାନଙ୍କର ଏଥିରେ ସମ୍ପୃକ୍ତି ରହିଛି ସେମାନଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣାରେ ତିନି ଜଣଙ୍କ ସମ୍ପୃକ୍ତି ରହିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।