ଭୁବନେଶ୍ଵର, ସକାଳ 7 ଘଟିବାରୁ 10 ଘଟିକା ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ମେଗା ପ୍ଲଗାଥନ l ଭୁବନେଶ୍ବର ମହାନଗର ନିଗମ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l
ସେପ୍ଟେମ୍ବର 17 ତାରିଖରୁ ସ୍ଵଚ୍ଛତା ପକ୍ଷ ଚାଲୁ ରହିଛି l ଏହି ଉପଲକ୍ଷେ ବି ଏମ୍ ସି ଏହାର ଆଖପାଖରେ ଥିବା ପଞ୍ଚାୟତ ଅଞ୍ଚଳରେ ସଫେଇ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ବିଭାଗ ତଥା ଅନୁଷ୍ଠାନର ସଫେଇ କରିବାର ପଦକ୍ଷେପମାନ ନେଇଛି l
ଆଜିର ସଫେଇରେ ପ୍ରାୟ 12 ଟନ ବର୍ଜ୍ୟ ସଂଗ୍ରହ ହୋଇଛି l ଏଥିରେ 250 ଜଣ ଛାତ୍ରଛାତ୍ରୀ ଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ l
ବିଶିଷ୍ଟ ଅତିଥି ଭାବେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଜଏଣ୍ଟ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଡ଼େପୁଟି କମିଶନର ପରିମଳ ଡକ୍ଟର ମନୋରଞ୍ଜନ ସାହୁ, ପିଜି କାଉନ୍ସିଲ ଚେୟାରମ୍ୟାନ ଶ୍ରୀମତୀ ବନିତା ରଥ, ଜୋନାଲ ଡେପୁଟି କମିଶନର ଶ୍ରୀ ଶଶିଭୂଷଣ ମହାପାତ୍ର, ଡେପୁଟି କମିଶନର ଶ୍ରୀମତୀ ପ୍ରିୟଦର୍ଶିନୀ ଜେନା ଏବଂ ଆସିଷ୍ଟାଣ୍ଟ କମିଶନର ଶ୍ରୀ ଏନ୍ ଗଣେଶ ବାବୁ ପ୍ରମୁଖ ଯୋଗଦେଇ ସଫେଇ କର୍ମୀଙ୍କ ସହିତ ସଫେଇ କରିଥିଲେ l