ଭୁବନେଶ୍ୱର– ଲୋକଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଅଭିଯୋଗ ପ୍ରକୋଷ୍ଠରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିଲି। ଲୋକଙ୍କ ସରକାର ଲୋକଙ୍କ ସମସ୍ୟାର ତ୍ଵରିତ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ। ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ ଏବଂ ଉଚିତ ନ୍ୟାୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ ଏହା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।
Related Stories
September 23, 2024
September 23, 2024
September 23, 2024