ଭୁବନେଶ୍ୱର– ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସ୍ଥିତ ଗୋନା ଗାଁ’ର ଆଞ୍ଚଳିକ ସାଧନା କେନ୍ଦ୍ର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ଓଡ଼ିଶାର ଲୋକକଳା ଓ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ସେ ପିଲାମାନଙ୍କୁ ଗୁଣାତ୍ମକ ଉପଦେଶ ପ୍ରଦାନ କରିବା ସହିତ ସେମାନେ ବଡ଼ ହୋଇ କଣ କରିବେ, କିପରି ଆଗକୁ ବଢିବେ ଏବଂ ମୁଖ୍ୟତଃ କିପରି ଭଲ ମଣିଷଟିଏ ହୋଇପାରିବେ ସେ ବିଷୟରେ ତାଙ୍କୁ ବୁଝାଇଥିଲେ । ଏଥିସହିତ ଆୟୋଜିତ ପ୍ରତିଯୋଗୀତାରେ କୃତୀ ପ୍ରତିଭାଙ୍କୁ ସେ ପୁରସ୍କୃତ କରିଛନ୍ତି ।