ଭୁବନେଶ୍ୱର, ରାଜ୍ୟର ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆଜି ଗୋପାଳପୁରରେ ଇଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱାସ୍ଥ୍ୟସେବା ଶିବିରରେ ଯୋଗ ଦେଇଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶବ୍ୟାପୀ ଚାଲୁଥିବା ସେବା ସପ୍ତାହ ପାଳନ କରାଯାଉଛି । ଏହି କ୍ରମରେ ଇଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି।