ଭୁବନେଶ୍ୱର– ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କ ବିୟୋଗରେ ରାଜ୍ୟର ଉଚ୍ଚ ଶିକ୍ଷା, ଓଡିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ବିଶିଷ୍ଟ ସାହିତ୍ୟିକ, କବି, ନାଟ୍ୟକାର ତଥା ରାଜ୍ୟ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କ ଦେହାନ୍ତ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି । ଓଁ ଶାନ୍ତି ।