ସମ୍ବଲପୁର– ପଶ୍ଚିମ ଓଡିଶାର ମହାନ୍ କୃଷିଭିତିକ ଗଣପର୍ବ ନୂଆଁଖାଇ ସମ୍ପନ୍ନ ହେଲା ପରେ ଦେଶ ବିଦେଶରେ ବର୍ତମାନ ଆୟୋଜନ ହେଉଛି ନୂଆଁଖାଇ ଭେଟଘାଟ । ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠାନ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଆସୁଛି । ଏହି କ୍ରମରେ ଆଜି ସମ୍ବଲପୁର ୟୁଥ ପକ୍ଷରୁ ସ୍ଥାନୀୟ ଧନକଉଡ଼ା ପଡିଆ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ସମ୍ବଲପୁର ୟୁଥ ର ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରବିବାର ସନ୍ଧ୍ୟାରେ ଓଡିଶା ସରକାରଙ୍କ ଚାରି ଜଣ କ୍ୟାବିନେଟ ମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ସେମାନେ ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି, ଇସ୍ପାତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଆଇନ, ଅବକାରୀ ଓ ପୂର୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପଂଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ।
ଏଥି ସହ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସନ୍ଧ୍ୟାରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁର ସହର ଓ ସମ୍ବଲପୁର ବାହାରୁ ନିମନ୍ତ୍ରିତ ହୋଇଥିବା ଅନେକ ଖ୍ୟାତି ସମ୍ପନ୍ନ କଳାକାର ମାନେ ନିଜ ନିଜର କଳା ପ୍ରଦର୍ଶନ କରିବେ ।