ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୁରଭଂଜ ଗସ୍ତରେ ଯିବେ ।ସେ ବାରିପଦାର ସ୍ଥାନୀୟ ଛଉ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସମାବେଶରେ ଯୋଗଦେଇ ସେ ବିଜେପି ସରକାରଙ୍କ ୧୦୦ ଦିନର ବିକାଶ ବିଷୟରେ ଉଲ୍ଲେଖ କରିବେ ବୋଲି ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରବିବାର ମଧ୍ୟାହ୍ନ ୧୨ଟା ୫୦ରେ କେନ୍ଦୁଝରରୁ ହେଲିକପ୍ଟରରେ ବାହାରି ଦିନ ୧ଟା ୩୦ରେ ବାରିପଦା ପୁଲିସ ପଡ଼ିଆରେ ଅବତରଣ କରିବେ। ସେଠାରୁ ବାରିପଦାସ୍ଥିତ ସର୍କିଟ ହାଉସ୍କୁ ଯାଇ ସେଠାରେ ମଧ୍ୟାହ୍ନଭୋଜନ ଓ କିଛି ସମୟ ବିଶ୍ରାମ କରିବେ। ଅପରାହ୍ନ ୨ଟା ୫୦ରେ ସେଠାରୁ ଛଉପଡ଼ିଆ ସମାବେଶକୁ ଯିବେ।