
ଭୁବନେଶ୍ୱର– ସାମାଜିକ ସଶକ୍ତିକରଣ ଶିବିର ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ସାମାଜିକ ସଶକ୍ତିକରଣ ଶିବିର” ରେ ଯୋଗଦେଲି। ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ସଶକ୍ତିକରଣ ପାଇଁ ନିଃଶୁଳ୍କ ଅତ୍ୟାବଶ୍ୟକୀୟ ସହାୟକ ଉପକରଣ ଯେପରିକି କୁତ୍ରିମ ଅଙ୍ଗ, ଔଷଧ ଇତ୍ୟାଦି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି। ଏହା ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ନିଶ୍ଚୟ ସହାୟକ ହେବ।