ଧର୍ମଶାଳା– ମୂର୍ତି ବିସର୍ଜନ ହେବା ହେଲା କାଳ । ପୋଖରୀରେ ବୁଡି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଛାତ୍ର ଜଣକ ହେଲେ ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ କୋଲସାହି ଗ୍ରାମର ସଞ୍ଜୟ ସେନାପତିଙ୍କ ପୁଅ ହିତେଶ (୧୪) ବୋଲି ଜଣାପଡିଛି ।
ସୂଚନା ମୁତାବକ, କୋଲସାହି ଗ୍ରାମରେ ଖୁଦୁରୁକୁଣୀ ମୂର୍ତି ବିସର୍ଜନ ସମୟରେ ହିତେଶ ପୋଖରୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ପୋଖରୀରେ ଖୋଜାଖୋଜି କରି ପାଣିରୁ ତାକୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଏହି ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପକ୍ଷରେ ବଡଚଣା ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।