ଧର୍ମଶାଳା– ରାଜ୍ୟରେ ନଦୀ ସେତୁ ଉପରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ବୃଦ୍ଧି ପାଉଛି । ପୁଣି ଆଜି ଯାଜପୁର ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭରା ନଦୀ ସେତୁ ଉପରୁ ଗଭୀର ପାଣିକୁ ଡେଇଁ ପଡିଲେ ଜଣେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀ ସେତୁ ନିକଟରେ । ନିଖୋଜ ମହିଳା ଜଣକ ହେଲେ ରସୁଲପୁର ବ୍ଲକ ଶ୍ରବନ୍ତପୁର କାଣ୍ଡସରା ଗ୍ରାମର ମନ୍ଦାକିନୀ ସାମଲ ବୋଲି ଜଣାପଡିଛି । ସେ ଅଙ୍ଗନବାଡି ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି । ପାରିବାରିକ କଳହ ପାଇଁ ସେ କିଛି ଦିନ ଧରି ଭଡା ଘରେ ଏକାକି ରହୁଥିଲେ ।
ସୂଚନା ମୁତାବକ, ଆଜି ସକାଳ ସମୟରେ ମନ୍ଦାକିନୀ କୌଣସି କାରଣରୁ ଘର ସ୍କୃଟି ଯୋଗ ଆସି ସଦର ଥାନା ଅନ୍ତର୍ଗତ ଖେରସ୍ରୋତା ବ୍ରିଜ ଉପରେ ଛିଡା ହୋଇଥିଲେ । ବ୍ରିଜ ଉପରେ କିଛି ସମୟ ପରେ ସ୍କୁଟି,ଯୋତା,ମୋବାଇଲ ଓ ଆଧାର କାର୍ଡ ରଖି ଭରା ନଦୀ ଗର୍ଭକୁ ଡେଇଁ ପଡିଥିଲେ । ବ୍ରିଜ ଦେଇ ଯାଉଥିବା ପ୍ରତ୍ୟକ୍ଷଦର୍ଶୀ ଏହାକୁ ଦେଖି ସଦର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ସହ ଅଗ୍ନୀଶମ ବାହିନୀ ପଂହଚି ଉଦ୍ଧାର କାର୍ଯ୍ୟରେ ଲାଗି ଥିଲେ । ହୋଇ ତାଙ୍କର ସନ୍ଧାନ ପାଇ ପାରି ନ ଥିଲେ । ଅନ୍ୟ ପକ୍ଷେ ପୋଲିସ ସ୍କୁଟି,ମୋବାଇଲ,ଆଧାରକାର୍ଡ ଓ ଯୋତାକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଖବର ପାଇ ଯାଜପୁର ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା ପଂହଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସ୍ଥାନରେ ବାରମ୍ବାର ଏଭଳି ଆତ୍ମହତ୍ୟା ଘଟଣା ଘଟୁଥିବାରୁ ଏହି ସେତୁର ସୁରକ୍ଷା ବାଡ ଉଚ୍ଚତା ବୃଦ୍ଧି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।