ଶ୍ରୀନଗର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଶ୍ରୀନଗରରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବମ୍ପର ଭୋଟିଂ ପଥର ଫିଙ୍ଗିବା ଏବଂ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରୁଥିବା ପାର୍ଟିମାନଙ୍କୁ ଖାରଜ କରିଛି । ଏହା ଏଥିପାଇଁ ହୋଇଛି, କାରଣ ଏଠାକାର ଜନତାଙ୍କୁ ମୋଦୀଙ୍କ ସୁରକ୍ଷିତ ଏବଂ ସମୃଦ୍ଧ ଜମ୍ମୁ-କାଶ୍ମୀରର ଗ୍ୟାରେଂଟି ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ଶ୍ରୀନଗର ର୍ୟାଲିରେ ଉପସ୍ଥିତ ଜନତା-ଜନାର୍ଦନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ ।
ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଗୁରୁବାର ଶ୍ରୀନଗରରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆମ ସମସ୍ତଙ୍କର ଉଦ୍ଦେଶ୍ୟ ଜମ୍ମୁ-କାଶ୍ମୀରର ଦୃତ ବିକାଶ ।