ଭୁବନେଶ୍ୱର – ପ୍ରଥମ ବର୍ଷ ପରୀକ୍ଷା ବାଧ୍ୟତାମୂଳକ ନିଷ୍ପତିକୁ ବିରୋଧ କରି ବିଜେବି କଲେଜ ଛାତ୍ରଛାତ୍ରୀ ମାନେ ଚଳାଉଥିବା ଆନେ୍ଦାଳନ ପାଇଁ ଅଧ୍ୟାପକ ହିଁ ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି ଖୋଦ୍ ଜୁନିୟର କଲେଜ ଅଧ୍ୟକ୍ଷ । ସେ କହିଛନ୍ତି ଯେ ବାଣିଜ୍ୟ ବିଭାଗର ଅଧ୍ୟାପକ ଛାତ୍ରଛାତ୍ରୀଙ୍କୁ ଆନେ୍ଦାଳନପାଇଁ ଉସକାଉଛନ୍ତି । ଏଥିନେଇ ଷ୍ଟାଫ୍ କାଉନସିଲ୍ ବୈଠକ ଡକାଯିବ । ବୈଠକରେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ସୁପାରିଶ କରାଯିବ । ଆବଶ୍ୟକ ହେଲେ ଛାତ୍ରଛାତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯିବ ।
ସୂଚନାଯୋଗ୍ୟ ଯେ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ଜିଛି ,ଯୁକ୍ତ ୨ ବାଣିଜ୍ୟ ଛାତ୍ରଛାତୀ୍ର କଲେଜ ଗେଟ୍ ସମ୍ମୁଖରେ ଟାୟାର ଜାଳି ଆନେ୍ଦାଳନ କରିଥିଲେ ।