ଭୁବନେଶ୍ୱର,ସ୍ୱାସ୍ଥ୍ୟସେବା ଏବଂ ସ୍ୱାସ୍ଥ୍ୟ ଶିକ୍ଷା ପ୍ରତିଷ୍ଠାନରେ ଡାକ୍ତର, ଛାତ୍ର ଏବଂ ମେଡିକାଲ୍ ବ୍ୟକ୍ତିଙ୍କ ପାଇଁ ଏକ ନିରାପଦ କାର୍ଯ୍ୟସ୍ଥଳ ପରିବେଶ ଯୋଗାଇବା ପାଇଁ ଓଡିଶା ସରକାର ଏକ ନୀତି ନିର୍ଦ୍ଦେଶାବଳୀ ଆଣିଛନ୍ତି।
ଉପରୋକ୍ତ ନୀତିର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ହେଉଛି :- ସ୍ୱାସ୍ଥ୍ୟସେବା ଏବଂ ସ୍ୱାସ୍ଥ୍ୟ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ସୁଦୃଢ ସୁରକ୍ଷା ବ୍ୟବସ୍ଥା, ଜରୁରୀକାଳୀନ ପ୍ରତିକ୍ରିୟା ଯୋଜନା, ସହାୟତା ସେବା, ଅନୁଷ୍ଠାନ ମନିଟରିଂ କମିଟି, ଡ୍ୟୁଟି ରୁମ୍ ଏବଂ ବିଶ୍ରାମ କକ୍ଷର ଉପଲବ୍ଧତା ଇତ୍ୟାଦି, ଯାହାକି ଡାକ୍ତର, ଛାତ୍ର ଏବଂ ସ୍ୱାସ୍ଥ୍ୟ ସେବା ଦେଉଥିବା କର୍ମଚାରୀମାନଙ୍କର ସୁରକ୍ଷା ଆବଶ୍ୟକତାକୁ ପୂର୍ଣ୍ଣ କରିପାରିବ । ପ୍ରଥମ ପଦକ୍ଷେପ ଭାବରେ, ସମସ୍ତ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଗୁଡ଼ିକର ସୁରକ୍ଷା ଅଡିଟ୍ ଏକ ଅନ୍ତର୍ବିଭାଗୀୟ ଟିମ ଦ୍ୱାରା କରାଯିବ ।
Related Stories
September 19, 2024
September 19, 2024