ଭୁବନେଶ୍ୱର – ଭାରତର ସର୍ବବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୪ତମ ଓଡିଶା ରାଜ୍ୟ ଅଧିବେଶନ ଆସନ୍ତା ଜାନୁୟାରୀ ୩୧ରୁ ଫେବୃୟାରୀ ୨ ଯାଏଁ କଟକ ସ୍ଥିତ ବସୁନ୍ଧରା ପଡିଆରେ ଅନୁÂିତ ହେବ ।
ଏହି ଅଧିବେଶନରେ ରାଜ୍ୟର ସମସ୍ତ ପ୍ରମୁଖ କ୍ୟାମ୍ପସ, ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁÂାନ, କୃଷି ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜମାନଙ୍କରୁ ୧୦୦୦ରୁ ଅଧିକ ବିଦ୍ୟାର୍ଥୀ ଓ ଅଧ୍ୟାପକ ପ୍ରତିନିଧି ଯୋଗ ଦେଇ ଓଡିଶାର ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ସ୍ଥିତି ଓ ଓଡିଶାରେ ବଢୁଥିବା ଅନୁପ୍ରବେଶ ଭଳି ସାମାଜିକ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ଦୁଇଟି ପ୍ରସ୍ତାବ ଗୃହୀତ ହେବ । ଅଧିବେଶନରେ ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ, ଆଦର୍ଶ ଓ କାର୍ଯ୍ୟପଦ୍ଧତି ଉପରେ ବରିÂ କାର୍ଯ୍ୟକର୍ତା ମାନଙ୍କର ଅଭିଭାଷଣ ହେବା ସହିତ ପରିଷଦର ବିଭିନ୍ନ ଆୟାମ୍, କାର୍ଯ୍ୟ ଓ ଗତିବିଧି ସଂପର୍କରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା ମଧ୍ୟ ସ୍ଥାନ ପାଇବ ।ଏହି ଅଧିବେଶନରେ ଶିକ୍ଷାବର୍ଷ ୨୦୨୦-୨୧ ପାଇଁ ବିଦ୍ୟାର୍ଥୀ ପରିଷଦର ନୂତନ ରାଜ୍ୟ ସଭାପତି ଓ ରାଜ୍ୟ ସମ୍ପାଦକ ଗଣତାନ୍ତ୍ରିକ ଉପାୟରେ ଚୟନିତ ହେବେ । ଏହି ୪୪ତମ ରାଜ୍ୟ ଅଧିବେଶନରୁ ବିଦ୍ୟାର୍ଥୀ ପରିଷଦର ସମସ୍ତ କାର୍ଯ୍ୟକର୍ତା ଉର୍ଜାର ସହ ନିଜ କ୍ୟାମ୍ପସକୁ ଯାଇ ନୂଆ ଭାରତ ନିର୍ମାଣର କାର୍ଯ୍ୟ ଆଗକୁ ନେବେ ବୋଲି ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ସାମ୍ବାଦିକ ସମ୍ମିଳନିରେ ବକ୍ତବ୍ୟ ରଖିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ସୋନାଲି ବେହେରା , ରାଜ୍ୟ ସହ ସମ୍ପାଦକ ବୁଦ୍ଧଦେବ ବାଗ୍ ଓ କଟକ ମହାନଗର ସମ୍ପାଦିକା ସୁଶ୍ରୀ ରାଖୀ ନାୟକ ଉପସ୍ଥିତ ଥିଲେ ।