
ଭୁବନେଶ୍ୱର, ମଦ ପିଇ ସ୍କୁଲ ଆସୁଥିବା ଶିକ୍ଷକଙ୍କୁ ଛାଟ । ମଦ ପିଇ ସ୍କୁଲ ଆସୁଥିବା ଶିକ୍ଷକଙ୍କୁ ସତର୍କ କରାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେମାନଙ୍କ ବିରୋଧରେ ବିଭାଗ ନେବ କଠୋରରୁ କଠୋର ପଦକ୍ଷେପ । ପିଲାଙ୍କୁ ସ୍କୁଲ ନେଇ ଯାଉଥିବା ବସର ଡ୍ରାଇଭର ମଦ ପିଇ ଗାଡ଼ି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ। ଶିକ୍ଷକ ମାନେ ନିଶାମୁକ୍ତ ରହିବା ଏକାନ୍ତ ଆବଶ୍ୟକ। ଶିକ୍ଷାଦାନ କରୁଥିବା ଶିକ୍ଷକ ଯଦି ମଦ ପ୍ରତି ଆସକ୍ତ ରହିବେ ତାହା ଶିକ୍ଷା ଉପରେ ପ୍ରଭାବ ପକାଇବ। ବିଭାଗ ଏହା ପାଇଁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ କରିବ । ଯଦି ମାତାଲ୍ ହୋଇ ଶିକ୍ଷକ ସ୍କୁଲରେ ରହୁଛନ୍ତି ଅଘଟଣ ଘଟିବାର ସମ୍ଭାବନା ରହୁଛି। ମଦୁଆ ଶିକ୍ଷକ ପାଇଁ ଲିଖିତ ଆକାରରେ ମଧ୍ୟ ଆଗକୁ ଦେବୁ । ଶିକ୍ଷା ସହ ଯୋଡ଼ି ହୋଇଥିବା କୌଣସି ବ୍ୟକ୍ତି କିମ୍ବା ଏହାର ଆଖପାଖ ଅଞ୍ଚଳ ମଦ ମୁକ୍ତ ହେବା ଦରକାର। ସ୍କୁଲ ଛୋଟ ଛୋଟ ପିଲାଙ୍କ ସହ ଜଡ଼ିତ। ତେଣୁ ପିଲାଙ୍କୁ ନେବା ଆଣିବା କରୁଥିବା ଗାଡ଼ିର ଚାଳକ ମଦ ପିଇବା ଦୁର୍ଘଟଣା ଆଶଙ୍କା ବଢ଼ାଇଥାଏ। ତେଣୁ ବିଭାଗ ନେବ କଡା ଆଭିମୁଖ୍ୟ ଗ୍ରହଣ କରିବ।