ନୂଆଦିଲ୍ଲୀ-ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଆଜି ଲ୍ୟାଣ୍ଡ ଫର ଜବ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ପ୍ରଥମ ଚାର୍ଜସିଟ ଅନୁଧ୍ୟାନ କରିଛନ୍ତି । ଅକ୍ଟୋବର 7ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସମେତ ସାତ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗେନ ସମନ ଜାରି କରିଛନ୍ତି । କୋର୍ଟ ଲାଲୁ ପ୍ରସାଦ ଯାଦବ, ତେଜସ୍ୱି ଯାଦବ,ତେଜ ପ୍ରତାପ ଯାଦବ, ଅଖିଳେଶ୍ୱର ସିଂହ, କିରଣ ଦେବୀ, ହଜାରୀ ପ୍ରସାଦ ରାୟ ,ସଂଜୟ ରାୟ ଏବଂ ଧର୍ମେନ୍ଦ୍ର ସିଂହଙ୍କୁ ସମନ ଜାରି କରିଛି। ଏହା ପୁର୍ବରୁ କୋର୍ଟ 17 ଅଗଷ୍ଟରେ ରାୟ ସଂରକ୍ଷିତ ରଖିଥିଲେ । ଅଗଷ୍ଟ 6ରେ ଇଡି ପ୍ରଥମ ଚାର୍ଜସିଟ ଦାଖଲ କରିଥିଲା । ଏଥିରେ 11 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତାହା ସହ 96 ଟି ଦସ୍ତାବିଜକୁ ମଧ୍ୟ ପ୍ରମାଣ ଭାବରେ ଦାଖଲ କରାଯାଇଛି ।
Related Stories
September 19, 2024