ଡେରାଡୁନ– ହେମକୁଣ୍ଡ ସାହିବ ଯାତ୍ରା ମାର୍ଗରେ ନ୍ୟୁଜିଲାଣ୍ଡରୁ ଆସିଥିବା ମହିଳା ତୀର୍ଥଯାତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ଏସଡିଆରଏଫ ତାଙ୍କୁ ଉଦ୍ଧାର କରି ଚମେଲିର ଘାଙ୍ଘରିୟାରେ ପହଁଞ୍ଚାଇଛି । ମହିଳା ତୀର୍ଥଯାତ୍ରୀଜଣକ ଉଦ୍ଧାରକାରୀ ଟିମକୁ କୃତଜ୍ଞତା ଜଣାଇଛନ୍ତି। ନ୍ୟୁଜିଲାଣ୍ଡର ଆର୍କଲ୍ୟାଣ୍ଡ ବାସିନ୍ଦା ରବିନ୍ଦ୍ର କୌର (52) ହେମକୁଣ୍ଡ ସାହିବ ଯାତ୍ରା ପାଇଁ ଉତ୍ତରାଖଣ୍ଡ ଆସିଥିଲେ। ହେମକୁଣ୍ଡ ସାହିବରୁ ଦର୍ଶନ ସାରି ଫେରିବା ସମୟରେ ମହିଳାଙ୍କ ଅବସ୍ଥା ଖରାପ ହୋଇଥିଲା। ଚମେଲି ଜନପଦର ଘାଙ୍ଘରିୟା ଆଉଟପୋଷ୍ଟ ପୋଲିସ ସୁଚନା ପାଇବା ମାତ୍ରେ ଏସଡିଆରଏଫକୁ ସୁଚନା ଦେଇଥିଲା। ସୁଚନା ପାଇବା ମାତ୍ରେ ଏସଆଇ ଆଶିଷ ତୋପାଳଙ୍କ ନେତୃତ୍ୱରେ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କୁ ସକୁଶଳେ ଉଦ୍ଧାର କରି ସୁରକ୍ଷିତ ଭାବେ ଘାଙ୍ଘରିୟା ପହଁଞ୍ଚାଇଥିଲେ। ଉତ୍ତରାଖଣ୍ଡରେ ହେମକୁଣ୍ଡ ସାହିବ ଯାତ୍ରା ମାର୍ଗ ଏକ ଉଚ୍ଚ ସ୍ଥାନରେ ଅଛି ।