ନୂଆଦିଲ୍ଲୀ– ହାଇଦ୍ରାବାଦ ମୁକ୍ତି ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହାଇଦ୍ରାବାଦ ମୁକ୍ତି ଦିବସରେ ତେଲେଙ୍ଗାନା, ହାଇଦ୍ରାବାଦ, କର୍ଣ୍ଣାଟକ ଓ ମରାଠାୱାଡା ଅଂଚଳବାସୀଙ୍କୁ ଶୁଭକାମନା । ଦେଶର ଇତିହାସରେ ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଯେଉଁମାନେ ନିଜାମ ଏବଂ ରଜାକରଙ୍କ ଅତ୍ୟାଚାରରୁ ଏହି ଅଞ୍ଚଳକୁ ମୁକ୍ତ କରିବା ଏବଂ ଭାରତୀୟ ୟୁନିଅନ୍ ସହିତ ମିଶ୍ରଣ ପାଇଁ ସଂଗ୍ରାମ କରିଥିଲେ ସେମାନଙ୍କ ବଳିଷ୍ଠ ସଂଗ୍ରାମ ଏବଂ ବଳିଦାନକୁ ସ୍ମରଣ କରିବା । ଆମର ସହିଦମାନଙ୍କ ସାହସ ଏବଂ ବଳିଦାନ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢି ପାଇଁ ସବୁଦିନ ପାଇଁ ଏକ ପ୍ରେରଣା ହୋଇ ରହିବ ।