ଜୟପୁର– ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ପକ୍ଷରୁ ଇଣ୍ଡିଆନ୍ ସୋସିଓଲୋଜିକାଲ ସୋସାଇଟି (ଆଇଏସ୍ଏସ୍)ର ରିସର୍ଚ୍ଚ କମିଟି ୧୪ ‘ଗ୍ଲୋବାଲାଇଜେସନ୍ ଆଣ୍ଡ ଜେଣ୍ଡର’ର ମିଳିତ ଆନୁକୂଲ୍ୟରେ ୧୩ ସେପ୍ଟେମ୍ବର ୨୦୨୪ରେ ବିଶ୍ୱବିଦ୍ୟାଳୟର ସୁନାବେଡ଼ା କ୍ୟାମ୍ପସରେ ‘ଲିଙ୍ଗ ଓ ଜଗତୀକରଣ’ ଶୀର୍ଷକ ଏକ ବକ୍ତୃତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ସୋସିଓଲୋଜିକାଲ ସୋସାଇଟିର ସଭାପତି ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ସମାଜବିଜ୍ଞାନର ପୂର୍ବତନ ପ୍ରଫେସର ମୈତ୍ରୟୀ ଚୌଧୁରୀ ଉଦ୍ ଘାଟନୀ ଭାଷଣ ଦେଇଥିଲେ। ପ୍ରଫେସର ଚୌଧୁରୀ ଲିଙ୍ଗ ଓ ଜଗତୀକରଣ ମଧ୍ୟରେ ଥିବା ସୂକ୍ଷ୍ମ ଓ ଜଟିଳ ସମ୍ପର୍କକୁ ବୁଝିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବାଙ୍ଗାଲୋରର ରମାୟା ୟୁନିଭର୍ସିଟି ଅଫ୍ ଆପ୍ଲାଏଡ୍ ସାଇନ୍ସର ପ୍ରଫେସର, ଆଇଏସ୍ଏସ୍ ର ପୂର୍ବତନ ସଭାପତି ତଥା ମହୀଶୂର ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନର ପୂର୍ବତନ ପ୍ରଫେସର ଇନ୍ଦିରା ରାମାରାଓ ଏହି ସମ୍ମାନଜନକ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଫେସର ରାମାରାଓ ଲିଙ୍ଗ, ଜଗତୀକରଣ ଏବଂ ସାମାଜିକ ଅସମାନତା ମଧ୍ୟରେ ଜଟିଳ ସମ୍ପର୍କ କୁ ବିସ୍ତ୍ରୁତ ଭାବେ ବର୍ଣନା କରିଥିଲେ । ବାଙ୍ଗାଲୋରର ରମାୟା ୟୁନିଭର୍ସିଟି ଅଫ୍ ଆପ୍ଲାଏଡ୍ ସାଇନ୍ସର ପ୍ରଫେସର ଇନ୍ଦିରା ରାମାରାଓ, ଆଇଏସ୍ଏସ୍ର ପୂର୍ବତନ ସଭାପତି ତଥା ମହୀଶୂର ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନର ପୂର୍ବତନ ପ୍ରଫେସର ଇନ୍ଦିରା ରାମାରାଓ ଏହି ସମ୍ମାନଜନକ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଫେସର ରାମାରାଓ ଲିଙ୍ଗ, ଜଗତୀକରଣ ଏବଂ ସାମାଜିକ ଅସମାନତା ମଧ୍ୟରେ ଜଟିଳ ସମ୍ପର୍କକୁ ଅନୁସନ୍ଧାନ କରିଥିଲେ ।
ବିଶିଷ୍ଟ ସମାଜବିଜ୍ଞାନୀ ପ୍ରଫେସର ଆର ଇଣ୍ଡିଆଙ୍କ ନେତୃତ୍ୱରେ ଏକ ଉତ୍ସାହଜନକ ପାରସ୍ପରିକ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସମକାଳୀନ ସମାଜରେ ସମାଜବିଜ୍ଞାନୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ହାଇବ୍ରିଡ୍ ଫର୍ମାଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍, ଆଇଏସ୍ଏସ୍ ସଦସ୍ୟ, ଗବେଷକ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ମାନେ ଅନ୍ଲାଇନ୍ ରେ ଅଂଶଗ୍ରହଣ କରିଥିଲେ ।
ଆର୍ ସି-୧୪ ‘ଗ୍ଲୋବାଲାଇଜେସନ୍ ଆଣ୍ଡ୍ ସୋସାଇଟି’ର ଆବାହକ ତଥା ସମାଜବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଦୀପ୍ତି ଶଙ୍କର ଓ ସମାଜବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ତଥା ବିଭାଗ ମୁଖ୍ୟ ଡ. କପିଳ ଖେମେନ୍ଦୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ନୂପୁର ପଟ୍ଟନାୟକ, ଡ. ସୌଭାଗ୍ୟଲକ୍ଷ୍ମୀ ସିଂହ, ଡ. ଏଲିସା ମହାନ୍ତିଙ୍କ ସମେତ ସମାଜବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣେଇଛନ୍ତି ।