ନୂଆଦିଲ୍ଲୀ- କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରୀ ବୀରେନ୍ଦ୍ର କୁମାର ମଙ୍ଗଳବାର ସାରା ଦେଶରେ ଆକାଂକ୍ଷୀ ବ୍ଲକ ଓ ବିଭିନ୍ନ ସ୍ଥାନରେ ସାମାଜିକ ଅଧିକାର ଶିବିରର ଉଦଘାଟନ କରିବେ । ସାମାଜିକ ଅଧିକାର ଶିବିର ଅନ୍ତର୍ଗତ ଦିବ୍ୟାଙ୍ଗଜନଙ୍କୁ ସହାୟକ ଉପକରଣ ବିତରଣ କରାଯିବ, ଯାହା ଗତିଶୀଳତା ଓ ସ୍ୱାଧୀନତା ସହିତ ଜୀବନକୁ ସଶକ୍ତ କରିବ । ସୋମବାର ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରାଳୟ ସୂଚନା ଦେଇଛି ଯେ, ହିତାଧିକାରୀଙ୍କୁ 70ରୁ ଅଧିକ ଆକାଂକ୍ଷୀ ବ୍ଲକ ଓ 5 ଅନ୍ୟ ସ୍ଥାନରେ ସହାୟକ ଉପକରଣ ମାଗଣାରେ ବିତରଣ କରାଯିବ, ଯାହାର ପୂରା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଶିବିରରେ ନୂଆ ହିତାଧିକାରୀଙ୍କ ପାଇଁ ପଂଜିକରଣ ବ୍ୟବସ୍ଥା ଉପଲବ୍ଧ ହେବ । ମନ୍ତ୍ରାଳୟ ମୁତାବକ 16ହଜାରରୁ ଅଧିକ ଶିବିରରେ 29ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସହାୟକ ଯନ୍ତ୍ର ଓ ଉପରକଣ ବିତରଣ କରାଯାଇଛି । ଏହାସହିତ 6,793ରୁ ଅଧିକ କାକ୍ଲିୟର ଇମପ୍ଲାଂଟ ସର୍ଜରୀ କରାଯାଇଛି ।