କିସ୍ତୱାଡ– କିସ୍ତୱାଡରେ ସୋମବାର ଏକ ସାବର୍ଜନୀନ ରାଲିକୁ ସଂବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏନସି ଓ କଂଗ୍ରେସ କହୁଛନ୍ତି ଯେ, ଯଦି ସେମାନଙ୍କ ସରକାର ଗଠନ ହେବ ତେବେ ସେମାନେ ଅନୁଚ୍ଛେଦ 370କୁ ପୁଣି ଲାଗୁ କରିବେ । ସେ କହିଛନ୍ତି ଯେ, କଣ ଅନୁଚ୍ଛେଦ 370 ପୁଣି ଫେରିବା ଆବଶ୍ୟକ ? ପାହାଡି ଓ ଗୁର୍ଜର ଭାଇଙ୍କୁ ଯେଉଁ ସଂରକ୍ଷଣ ମିଳୁଛି, ଅନୁଚ୍ଛେଦ 370 ଲାଗୁ ହେଲେ, ତାହା ମିଳିପାରିବ ନାହିଁ । ଗୃହମନ୍ତ୍ରୀ କହିଛନ୍ତି ଯେ, କଶ୍ମୀରର ମାହୋଲ ଦେଖୁଛି, ନା ଏଠି ଫାରୁକ ଅବଦୁଲା ନା ରାହୁଲ ଗାନ୍ଧି ସରକାର ଗଠନ କରୁଛନ୍ତି । ଅନୁଚ୍ଛେଦ 370 ଏବେ ଇତିହାସର ଅଂଶ ପାଲଟିଯାଇଛି । ଭାରତର ସମ୍ବିଧାନରେ ଅନୁଚ୍ଛେଦ 370 ପାଇଁ କୌଣସି ସ୍ଥାନ ନାହିଁ ।
Related Stories
November 21, 2024